
ସାମ୍ୟବାଦୀ ଚେତନାର ଆଦ୍ୟ ପ୍ରବକ୍ତା କାର୍ଲମାର୍କସ୍ ଅର୍ଥନୈତିକ କ୍ଷେତ୍ରରେ ସମତା ଆଣି ଏକ ସ୍ୱଚ୍ଛସଂହତ ସମାଜ ନିର୍ମାଣ କରିବା ନିମନ୍ତେ ପରିକଳ୍ପନା କରିଥିଲେ; ତାଙ୍କ ପରିକଳ୍ପିତ ସମାଜରେ ଶ୍ରମିକର ଉପଯୁକ୍ତ ସାମାଜିକ ସମ୍ମାନ ଓ କ୍ଷମତା ରହିଥିଲା । ଆଲୋଚ୍ୟ ମାର୍କସ୍ବାଦୀ ଦର୍ଶନର ପ୍ରରୋଚନାରେ ସମାଜରେ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱରଉତ୍ତୋଳନ ହେଲା, ଯାହାର ଫଳସ୍ୱରୂପ ଏକଛତ୍ରବାଦୀ ରାଜତନ୍ତ୍ର ଶାସନର ପତନ ହେଲା ଏବଂ ସମାଜବାଦୀ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ଲାଭ କଲାମାତ୍ରେ ଅର୍ଥନୈତିକ ଜଗତୀକରଣ ଫଳରେ ବିଶ୍ୱର ପୁଞ୍ଜିବାଦୀ ଅର୍ଥନୀତି ଦ୍ରୁତଗତିରେ ପ୍ରସାରିତ ହେଲା । ବିଶ୍ୱର ପ୍ରତିପତ୍ତିପତ୍ତସଂପନ୍ନ ରାଷ୍ଟ୍ର ଗୁଡିକ ବିଶ୍ୱ ବାଣିଜ୍ୟ ସଂଗଠନ(ଡଞଙ) ମୁଦ୍ରାପାଣ୍ଠି (ଓଗୠ) ଏବଂ ବିଶ୍ୱବ୍ୟାଙ୍କ(ଓଈଜଊ)ଜରିଆରେ ଅନ୍ୟ ରାଷ୍ଟ୍ରଗୁଡିକରେ ପୁଞ୍ଜି ବିନିଯୋଗ କଲେ ଯାହା କି ପ୍ରକାରନ୍ତରେ ସମଗ୍ର ବିଶ୍ୱର ବଜାରକୁ ନିୟନ୍ତ୍ରିତ କରିବାକୁ ଲାଗିଲା ।ମୁଦ୍ରାସ୍ପୀତି ବଢିବାକୁ ଲାଗିଲା । ବ୍ୟବସାୟରେବିଭିନ୍ନ ନୂତନ ଯନ୍ତ୍ରପାତି ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରାଗଲା ଯାହାଦ୍ୱାରା କର୍ମଚାରୀ ମାନଙ୍କୁ ଛଟେଇ କରାଗଲା, ସମାଜରେ ବେକାରୀ ବୃଦ୍ଧି ପାଇବାକୁ ଲାଗିଲା । ସାମାଜିକ ସଂପତ୍ତିର ସୁଷମ ବିତରଣ ହୋଇପାରିଲା ନାହିଁ ଫଳତଃ ଅତ୍ୟାଚାର ଓ ଶୋଷଣର ଏକ ନୂତନ ରୂପସମାଜରେଉକôଟରୂପ ଧାରଣ କରିବାକୁ ଲାଗିଲା । ସମାଜବାଦୀ ମୂଲ୍ୟବୋଧ କ୍ରମଶଃ କ୍ଷତିଗ୍ରସ୍ତ ହେବାକୁ ଲାଗିଲା ।ଏତେବେଳକୁସେମାନଙ୍କ ପାଖରେ ନା ଥିଲେମାର୍କ୍ସ,ଲେନିନ୍ ନାଥିଲେଷ୍ଟାଲିନ୍, ମାଓ-ସେ-ତୁଙ୍ଗ । ପୁଞ୍ଜିବାଦର କାୟାବିସ୍ତାରରୁସୃଷ୍ଟିହୋଇଥିବାଏହି ନୂତନ ଭୟାବହ ସ୍ଥିତି ଜନିତ ସାମାଜିକ ଦୁରାବସ୍ଥାକୁ ଦୂରେଇ ଦେବା ନିମନ୍ତେ ଏକ ନୂତନ ଢାଞ୍ଚାରେ ଯେଉଁ ସମାଜବାଦୀ ଆନେ୍ଦାଳନ ମୁଣ୍ଡ ଟେକିଲା ତାହା ହେଲା ନବ୍ୟ ମାର୍କସ୍ବାଦ । ଉକ୍ତ ନବ୍ୟମାର୍କସ୍ବାଦୀ ଚେତନାର ଅଧାରରେ ଉତ୍ତରର ଅଶି କାଳର ଓଡିଆ କବି ମାନଙ୍କର କାବ୍ୟ ସ୍ୱରରେ ଯେଉଁ ନୂତନ ଭାବବସ୍ତୁ ପରିଦୃଷ୍ଟ ହୋଇଛି ତାହା ଏଠାରେ ଆଲୋଚନା କରାଯାଇଛି ।
ମାର୍କସବାଦ, ନବ୍ୟମାର୍କସବାଦ, ପରିଭାଷା ଓ ପରିସର, ଉତ୍ତର ଅଶି ଓଡିଆ କବିତାରେ ନବ୍ୟ ମାର୍କସବାଦ
ମାର୍କସବାଦ, ନବ୍ୟମାର୍କସବାଦ, ପରିଭାଷା ଓ ପରିସର, ଉତ୍ତର ଅଶି ଓଡିଆ କବିତାରେ ନବ୍ୟ ମାର୍କସବାଦ
| selected citations These citations are derived from selected sources. This is an alternative to the "Influence" indicator, which also reflects the overall/total impact of an article in the research community at large, based on the underlying citation network (diachronically). | 0 | |
| popularity This indicator reflects the "current" impact/attention (the "hype") of an article in the research community at large, based on the underlying citation network. | Average | |
| influence This indicator reflects the overall/total impact of an article in the research community at large, based on the underlying citation network (diachronically). | Average | |
| impulse This indicator reflects the initial momentum of an article directly after its publication, based on the underlying citation network. | Average |
